ମୁମ୍ଵାଇ ୧୮।୦୬ ; ‘ୟେ ରିସ୍ତା କ୍ୟା କେହଲାତା ହେ’ରେ କାର୍ତ୍ତିକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ମୋହସିନ ଖାନ। ଏବେ ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଗୋଟିଏ ସମୟରେ ମୋହସିନଙ୍କ ନାଁ ଶିବାଙ୍ଗୀ ଜୋଶୀଙ୍କ ସହିତ ଯୋଡା ଯାଇଥିଲା। କିନ୍ତୁ, ଏହି ଯୋଡ଼ି ଭାଙ୍ଗିଗଲା। ଏବେ ଖବର ଆସୁଛି ଯେ ଅଭିନେତା ବିବାହ କରିବାକୁ ଯାଉଛନ୍ତି।
ଏହି ହ୍ୟାଣ୍ଡସମ୍ ହଙ୍କଙ୍କ ଅଭିନୟ ସହିତ ଲୋକମାନେ ତାଙ୍କର ବ୍ୟକ୍ତିତ୍ୱ ପାଇଁ ପାଗଳ। ପ୍ରଶଂସକମାନେ ଅଭିନେତାଙ୍କ ବିଷୟରେ ପ୍ରତ୍ୟେକ ଛୋଟ ଛୋଟ କଥା ଜାଣିବାକୁ ଚାହାନ୍ତି। ମୋହସିନଙ୍କ ଖୁବ୍ ଆଗ୍ରହ ଯେ ଅଭିନେତା ରିଅଲ ଲାଇଫରେ କାହାକୁ ଡେଟ୍ କରୁଛନ୍ତି ଓ ସେ କେବେ ବିବାହ କରିବେ। ତେବେ ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ମୋହସିନ୍ ଖୁବ୍ ଶୀଘ୍ର ବର ସାଜିବାକୁ ଯାଉଛନ୍ତି। ହେଲେ ଏବିଷୟରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ମିଳିନାହିଁ। ବର୍ତ୍ତମାନ କେହି ଜାଣିନାହାଁନ୍ତି ଯେ ମୋହସିନଙ୍କ ହେବାକୁ ଥିବା କନିଆ କିଏ।
ସେ କୌଣସି ଅଭିନେତ୍ରୀ ନା ଅଭିନେତା ତାଙ୍କ ବାପା ମାଆଙ୍କ ଇଚ୍ଛା ଅନୁଯାୟୀ ବିବାହ କରିବେ, ତାହା ବିଷୟରେ କିଛି ଜଣାପଡି ନାହିଁ। କିନ୍ତୁ ଯେବେଠାରୁ ମୋହସିନଙ୍କ ବିବାହ ଖବର ଆସିଛି, ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମୋହସିନ ଖାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି। ହେଲେ ଅଭିନେତା ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।